Jump to content

ଆକ୍ଟିନିକ କେରାଟୋସିସ

ଉଇକିପିଡ଼ିଆ‌ରୁ
Actinic keratosis
Solar keratosis, senile keratosis, keratinocytic intraepithelial neoplasia[]
Actinic keratosis seen on the back of the hand
ବିଭାଗDermatology
ଲକ୍ଷଣWell-defined scaly hard or warty bumps on sun-exposed skin, bleeds easily[][]
ଆକ୍ରାନ୍ତ ସମୟAge > 50 years[]
ବିପଦ କାରକLong-term sun exposure, fair-skinned, poor immune function, arsenic exposure[][][]
ରୋଗ ନିର୍ଣ୍ଣୟ ପଦ୍ଧତିBy its appearance, dermoscopy, skin biopsy[]
ସଠିକ ରୋଗ ନିର୍ଣ୍ଣୟCutaneous lupus erythematosis, pemphigus foliaceus, erosive pustular dermatosis of the scalp, basal cell carcinoma, squamous cell skin cancer[]
ପ୍ରତିକାରSunscreen, low-fat diet[]
ଚିକିତ୍ସାCryotherapy; 5-FU, imiquimod, tretinoin, or adapalene cream; photodynamic therapy[]
PrognosisUntreated 8-20% become skin cancer[]
ପୁନଃପୌନିକCommon;[] males>females[]

ଆକ୍ଟିନିକ କେରାଟୋସିସ (ଇଂରାଜୀ ଭାଷାରେ Actinic keratosis/ AK), ଯାହାକୁ ସୋଲାର କେରାଟୋସିସ ମଧ୍ୟ କୁହାଯାଏ, ଏହା ଏକ ପ୍ରାକ-କର୍କଟ ଚର୍ମ ରୋଗ ଯାହା ସ୍କ୍ୱାମସ ସେଲ ଚର୍ମ କର୍କଟରେ ପରିଣତ ହୋଇପାରେ କିମ୍ବା ବିନା ଚିକିତ୍ସାରେ ଭଲ ହୋଇ ଯାଇପାରେ ।[] ସେଗୁଡ଼ିକ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ଦେହର ଅଂଶରେ ଦେଖାଯାଏ ଯେପରି ମୁଣ୍ଡରେ, ବାହୁରେ ଏବଂ ହାତର ପଛପାଖରେ ଉପସ୍ଥିତ ହୁଅନ୍ତି ।[] ଏଗୁଡ଼ିକର ବାହ୍ୟ ଭାଗ ତୀବ୍ର ହୋଇ ଭଲ ଭାବରେ ଦେଖାଯାଏ; ନାଲି ଚର୍ମ ରଙ୍ଗ, କିମ୍ବା ପିଗମେଣ୍ଟେଡ; କଠିନ କିମ୍ବା ୱାର୍ଟି (warty); ଚିକ୍କଣ, ଚକଚକିଆ, କିମ୍ବା କାତି ଆକାରର ଫୁଲା ହୋଇପାରେ ।[] ବ୍ୟକ୍ତିଗତ ଦାଗଗୁଡିକ ସାଧାରଣତ 0.୨ ସେମିରୁ ୧ ସେମି ପର୍ଯ୍ୟନ୍ତ ଆକାରରେ ଥାଏ ।[] ହାଇପରଟ୍ରୋଫିକ ପ୍ରକାରରେ ଶିଙ୍ଗ ସୃଷ୍ଟି ହୋଇପାରେ ।[] ସାଧାରଣତଃ ଏଥିରେ ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ; ଏହାକୁ ରାମ୍ପିଲେ ରକ୍ତସ୍ରାବ ହୋଇପାରେ ।[]

ଦୀର୍ଘକାଳୀନ ଅଲଟ୍ରାଭାଇଓଲେଟ୍ (UV) ଆଲୋକ ସଂସ୍ପର୍ଶ ଯୋଗୁ ଏହା ହୁଏ ।[] ବିପଦପୂର୍ଣ୍ଣ କାରଣଗୁଡ଼ିକ ହେଉଛି ଗୋରା ଚର୍ମ, ଅଧିକ ସୂର୍ଯ୍ୟ କିରଣ ସଂସ୍ପର୍ଶ, ଦୁର୍ବଳ ପ୍ରତିରକ୍ଷା ଏବଂ ଆର୍ସେନିକ ସଂସ୍ପର୍ଶ ।[] [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅଲଟ୍ରାଭାୟୋଲେଟ ଆଲୋକ ଦ୍ୱାରା ଡିଏନଏ କ୍ଷତିଗ୍ରସ୍ତ ହେବାରୁ ଏହା ସୃଷ୍ଟି ହୁଏ ।[] ସାଧାରଣତଃ ଏହାର ରୂପ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ; ଯଦିଓ ରୋଗ ଅସ୍ପଶ୍ଟ ଥିଲେ ବାୟୋପ୍ସି କିମ୍ବା ହିଷ୍ଟୋଲୋଜିକ୍ ପରୀକ୍ଷଣ ସହିତ ଏହାକୁ ବାହାର କରିଦିଆଯାଇପାରେ | [] [] ଅନ୍ୟାନ୍ୟ ସମାନ ଅବସ୍ଥା ଦେଖାଯାଉ ଥିବା ରୋଗ ମଧ୍ୟରେ ଲୁପସ୍, ପେମ୍ଫିଗସ୍ ଫୋଲିଆସେଅସ୍, ତ୍ୱଚାର କ୍ଷତିକାରକ ପୁସ୍ଚୁଲାର୍ ଡର୍ମାଟୋସିସ୍ ଏବଂ ବାସାଲ୍ ସେଲ କାର୍ସିନୋମା ହୋଇପାରେ ।[]

ଏକାଧିକ ଚିକିତ୍ସା ଉପଲବ୍ଧ ।[] କ୍ରାୟୋଥୋଥେରାପି କଲେ ପ୍ରାୟ ୭୫% ଉପଶମ ହାର ସହିତ ବ୍ୟବହୃତ ହୁଏ; ଅବଶ୍ୟ ଏଥିରେ ଅବାଞ୍ଛିତ ଚର୍ମ ରଙ୍ଗ ହାଲୁକା ହୋଇପାରେ ।[] [] 5-ଫ୍ଲୋରୋୟୁରୋସିଲ୍ କିମ୍ବା ଇମିକ୍ୟୁମୋଡ ଭଳି ଟପିକାଲ୍ କ୍ରିମ୍ ବଡ଼ ଆକାରର ରୋଗକୁ ଭଲ କରିଦେଇପାରେ ।[] [୧୦] ଚର୍ମର ଏକ ଅଞ୍ଚଳରେ ଅନେକ କ୍ଷତ ପାଇଁ ଫୋଟୋଡାଇନାମିକ୍ ଥେରାପି (PDT) ଅନ୍ୟ ଏକ ବିକଳ୍ପ ।[] ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ୮-୨୦% ସ୍କ୍ୱାମସ୍ ସେଲ୍ ଚର୍ମ କର୍କଟରେ ପରିଣତ ହୁଏ ।[] [୧୧]

ଆକ୍ଟିନିକ କେରାଟୋସିସ ଏକ ସାଧାରଣ ରୋଗ ଅଟେ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ବୟସ ବଢ଼ିବା ସହିତ ସେମାନେ ଅଧିକ ସାଧାରଣ ହୁଅନ୍ତି, ସାଧାରଣତ ୫୦ ବର୍ଷରୁ ଅଧିକ ବୟସରେ ଆରମ୍ଭ ହୁଏ ।[] [] ଅନ୍ୟାନ୍ୟ କାରଣଗୁଡ଼ିକ ସମାନ ହେବା ସହିତ ଏହା ସାଧାରଣତଃ ବିଷୁବରେଖା ନିକଟରେ ଅଧିକ ଦେଖାଯାଏ ।[୧୨] ଏହି ଅବସ୍ଥା ୧୮୯୬ ମସିହାରେ ୱିଲିୟମ୍ ଡୁବ୍ରେଉଏଲ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।[୧୩] ବର୍ତ୍ତମାନର ନାମ ପିଙ୍କସ୍ (Pinkus) ଦ୍ୱାରା ୧୯୫୮ ମସିହାରୁ ଆରମ୍ଭ ହୋଇଛି ।[୧୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ DE, Elder; D, Massi; RA, Scolyer; R, Willemze (2018). "Premalignant keratoses: Actinic keratosis". WHO Classification of Skin Tumours (in ଇଂରାଜୀ). Vol. 11 (4th ed.). Lyon (France): World Health Organization. pp. 51–53. ISBN 978-92-832-2440-2. Archived from the original on 2022-07-11. Retrieved 2022-08-13.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "29. Epidermal nevi, neoplasms and cysts". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. pp. 644–645. ISBN 978-0-323-54753-6. Archived from the original on 2023-10-19. Retrieved 2023-09-25.
  3. ୩.୦ ୩.୧ ୩.୨ ୩.୩ Johnstone, Ronald B. (2017). "31. Tumors of the epidermis". Weedon's Skin Pathology Essentials (2nd ed.). Elsevier. p. 513. ISBN 978-0-7020-6830-0. Archived from the original on 2023-10-19. Retrieved 2023-09-25.
  4. ୪.୦ ୪.୧ Rapini, Ronald P. (2021). "1. Clinical and pathologic findings with differential diagnostic lists". Practical Dermatopathology (in ଇଂରାଜୀ) (Third ed.). Philadelphia: Elsevier. p. 33. ISBN 978-0-323-41788-4. Archived from the original on 2023-10-19. Retrieved 2023-09-25.
  5. ୫.୦ ୫.୧ ୫.୨ Werner RN, Stockfleth E, Connolly SM, Correia O, Erdmann R, Foley P, Gupta AK, Jacobs A, Kerl H, Lim HW, Martin G, Paquet M, Pariser DM, Rosumeck S, Röwert-Huber HJ, Sahota A, Sangueza OP, Shumack S, Sporbeck B, Swanson NA, Torezan L, Nast A (November 2015). "Evidence- and consensus-based (S3) Guidelines for the Treatment of Actinic Keratosis - International League of Dermatological Societies in cooperation with the European Dermatology Forum - Short version". Journal of the European Academy of Dermatology and Venereology. 29 (11): 2069–79. doi:10.1111/jdv.13180. PMID 26370093.
  6. Quick, Clive R. G.; Biers, Suzanne; Arulampalam, Tan (2019). "46. Disorders of the skin". Essential Surgery: Problems, Diagnosis and Management (in ଇଂରାଜୀ) (6th ed.). Edinburgh: Elsevier. p. 590. ISBN 978-0-7020-7631-2. Archived from the original on 2023-10-19. Retrieved 2023-09-25.
  7. ୭.୦ ୭.୧ ୭.୨ "Actinic keratosis - Symptoms, diagnosis and treatment | BMJ Best Practice". bestpractice.bmj.com. Archived from the original on 2019-11-11. Retrieved 2019-11-25.
  8. Ibrahim SF, Brown MD (July 2009). "Actinic keratoses: a comprehensive update". The Journal of Clinical and Aesthetic Dermatology. 2 (7): 43–8. PMC 2924136. PMID 20729970.
  9. Ton, Joey (29 January 2018). "#204 Actinic Keratosis: Out Damned Spot!". CFPCLearn. Archived from the original on 25 March 2023. Retrieved 16 June 2023.
  10. Szeimies RM, Torezan L, Niwa A, Valente N, Unger P, Kohl E, Schreml S, Babilas P, Karrer S, Festa-Neto C (July 2012). "Clinical, histopathological and immunohistochemical assessment of human skin field cancerization before and after photodynamic therapy". The British Journal of Dermatology. 167 (1): 150–9. doi:10.1111/j.1365-2133.2012.10887.x. PMID 22329784.
  11. Quaedvlieg PJ, Tirsi E, Thissen MR, Krekels GA (2006). "Actinic keratosis: how to differentiate the good from the bad ones?". European Journal of Dermatology. 16 (4): 335–9. PMID 16935787. Archived from the original on 2019-12-15. Retrieved 2021-09-24.
  12. ୧୨.୦ ୧୨.୧ Reinehr, CPH; Bakos, RM (November 2019). "Actinic keratoses: review of clinical, dermoscopic, and therapeutic aspects". Anais brasileiros de dermatologia. 94 (6): 637–657. doi:10.1016/j.abd.2019.10.004. PMID 31789244.
  13. Ackerman, A.B.; Mones, J.M. (July 2006). "Solar (actinic) keratosis is squamous cell carcinoma: Solar (actinic) keratosis is squamous cell carcinoma". British Journal of Dermatology. 155 (1): 9–22. doi:10.1111/j.1365-2133.2005.07121.x. PMID 16792746.